Lyrics

Free Songs Lyrics Download

Lyrics

Free Songs Lyrics Download

Sri Jagannatha’nka Sohala Nama | ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ I Namita Agrawal Music Lyrics

Sri Jagannatha’nka Sohala Nama | ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ I Namita Agrawal Music Lyrics

[fvplayer id=”8″]

Sri Jagannatha’nka Sohala Nama Lyrics

ଶ୍ରୀଜଗନ୍ନାଥଙ୍କ ଷୋହଳ ନାମ
ଶ୍ରୀଜଗନ୍ନାଥଙ୍କ ଷୋହଳ ନାମ, ଗୋଟି ଗୋଟି କରି କହୁଛି ଶୁଣ
ଶ୍ରୀଜଗନ୍ନାଥଙ୍କ ଷୋହଳ ନାମ, ଗୋଟି ଗୋଟି କରି କହୁଛି ଶୁଣ
କେଉଁ କାମ ବେଳେ କି ନାମ ଜପିଲେ, କେଉଁ କାମ ବେଳେ କି ନାମ ଜପିଲେ
ପୂର୍ଣ୍ଣ ହୁଏ ମନସ୍କାମ ଲୋ

ଶୟନ କାଳେ ଡାକିବୁ, ଆହେ ପଦ୍ମନାଭ
ଭୋଜନ ବେଳେ ଡାକିବୁ, ଆହେ ଜନାର୍ଦ୍ଧନ
ଶୟନ କାଳେ ଡାକିବୁ, ଆହେ ପଦ୍ମନାଭ
ଭୋଜନ ବେଳେ ଡାକିବୁ, ଆହେ ଜନାର୍ଦ୍ଧନ
ଯାତ୍ରାକାଳରେ ଡାକିବୁ, ବାମନ ବାମନ, ତାକୁ ବାମନ ବାମନ , ତାକୁ ଡାକିବୁ
ସଙ୍କଟ ବେଳେ ଡାକିବୁ, ଶ୍ରୀମଧୂସୁଧନ, ସଙ୍କଟ ବେଳେ ଡାକିବୁ, ଶ୍ରୀମଧୂସୁଧନ

ବିବାହକର୍ମରେ ପ୍ରଜାପତି ନାମ, ଯୁଧ୍ୟକାଳେ ଚକ୍ରଧର
ବିବାହକର୍ମରେ ପ୍ରଜାପତି ନାମ, ଯୁଧ୍ୟକାଳେ ଚକ୍ରଧର
ପ୍ରଣୟ କାଳରେ ଶ୍ରୀଧର ଡାକିବୁ, ପ୍ରଣୟ କାଳରେ ଶ୍ରୀଧର ଡାକିବୁ
ମନବାଞ୍ଛା ହେବ ପୂର୍ଣ୍ଣ ଲୋ

ଜଳରୁ ଉଦ୍ଧର ପାଇଁ ବରାହ ଡାକିବୁ
ଓଷଧ ସେବନ କାଳରେ ବିଷ୍ଣୁ ଭଜୁଥିବୁ
ଜଳରୁ ଉଦ୍ଧର ପାଇଁ ବରାହ ଡାକିବୁ
ଓଷଧ ସେବନ କାଳରେ ବିଷ୍ଣୁ ଭଜୁଥିବୁ
ପ୍ରବାସରେ ଥିଲେ ଭଜୁଥିବୁ ତ୍ରିବିକ୍ରମ, ଭଜୁଥିବୁ ତ୍ରିବିକ୍ରମ, ତାକୁ ଭଜିବୁ
ପର୍ବତ ଅରୋହଣରେ ଶ୍ରୀରଘୁନନ୍ଦନ, ପର୍ବତ ଅରୋହଣରେ ଶ୍ରୀରଘୁନନ୍ଦନ

ଜନମ ତା ହାତେ, ମରଣ ତା ହାତେ , ତା ହାତେ କରମ ଡୋରି
ଜନମ ତା ହାତେ, ମରଣ ତା ହାତେ , ତା ହାତେ କରମ ଡୋରି
ଘୋର ଅରଣ୍ୟରେ ନୃସିଂହ ଡାକିବୁ ,ଘୋର ଅରଣ୍ୟରେ ନୃସିଂହ ଡାକିବୁ
ସଙ୍କଟୁ ହୋଇବୁ ପାରି ଲୋ
ଦୁଃସ୍ବପ୍ନ ଦେଖି ଡାକିବୁ ଗୋବିନ୍ଦ ଗୋବିନ୍ଦ, ସମସ୍ତ କର୍ମରେ ଶୁଣେ ଡାକିଲେ ମାଧବ
ଦୁଃସ୍ବପ୍ନ ଦେଖି ଡାକିବୁ ଗୋବିନ୍ଦ ଗୋବିନ୍ଦ, ସମସ୍ତ କର୍ମରେ ଶୁଣେ ଡାକିଲେ ମାଧବ
ଅଗ୍ନିଭୟ କାଳେ ଜଣା ସାଇ ଭଗବାନ, ଜଣା ସାଇ ଭଗବାନ, ତାକୁ ଡାକିବୁ
ଅନ୍ତିମ କାଳେ ଡାକିବୁ ରଖ ନାରାୟଣ, ଅନ୍ତିମ କାଳେ ଡାକିବୁ ରଖ ନାରାୟଣ

Sri Jagannatha’nka Sohala Nama Lyrics Details

Song: Sri Jagannathnka Sohala Nama
Album: Sri Jagannathnka Sohala Nama
Singer: Namita Agrawal
Video Artiste: Namita Agrawal
Music Director: Manmath Mishra
Lyrics: Basantaraj Samal
Video Director:
Producer: Sitaram Agrawal
Music Label: Sidharth Music

Sri Jagannatha’nka Sohala Nama | ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ I Namita Agrawal Music Lyrics

Leave a Reply

Scroll to top