Lyrics

Free Songs Lyrics Download

Lyrics

Free Songs Lyrics Download

Mate Chandana Paani Re Gadhei Dialo – Papular Jagannatha Bhajan | Namita Agrawal | Sidharth Music Lyrics

Mate Chandana Paani Re Gadhei Dialo – Papular Jagannatha Bhajan | Namita Agrawal | Sidharth Music Lyrics

[fvplayer id=”11″]

Mate Chandana Paani Re Gadhei Dialo Lyrics

ମୋତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ

ମୋତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୋତେ ତୁଳସୀ ମାଳିରେ ସଜେଇ ଦିଅ ଲୋ

ମୋ ଦେହରେ ସେ ଗୀତ, ଗୋବିନ୍ଦ ଲେଖି
ମୋର ହାତେ ଘିଅ, ଦୀପ, ଦିଅ ଲୋ ରଖି

ମୁଁ କାଳିଆ ପାଖକୁ ଯାଉଛି ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
କାଳିଆ ପାଖକୁ ଯାଉଛି
ମୋତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ

କାନିରେ ମୋ ବାନ୍ଧି ଦିଅ ଗୋଟା ନଡ଼ିଆ
ବିଡ଼ିଆ ପାନରେ ଦେଇ ଚନ୍ଦନ ଚୁଆ
ଗୁନ୍ଥି ଦିଅ ସାତ ସରି ବଉଳ ମାଳ

କାନିରେ ମୋ ବାନ୍ଧି ଦିଅ ଗୋଟା ନଡ଼ିଆ
ବିଡ଼ିଆ ପାନରେ ଦେଇ ଚନ୍ଦନ ଚୁଆ
ଗୁନ୍ଥି ଦିଅ ସାତ ସରି ବଉଳ ମାଳ

ଗୋଟା ତୁଳସୀ ପତରେ, ଗୁହାରି ଲେଖି
ମୋର ଦୁଃଖ ପସରାରେ, ଦିଅ ଲୋ ରଖି

ମୁଁ କାଳିଆ ପାଖକୁ ଯାଉଛି ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
କାଳିଆ ପାଖକୁ ଯାଉଛି
ମୋତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ

ବାଟକୁ ସାହା ଭରଷା ବାଟ ମଙ୍ଗଳା
ବଡ଼ ପଣ୍ଡା ଡାକି ନେବ ନ କରି ହେଳା
ରାଜା ସିନା ଆସିବନି ରଙ୍କୁଣୀ ଘର

ବାଟକୁ ସାହା ଭରଷା ବାଟ ମଙ୍ଗଳା
ବଡ଼ ପଣ୍ଡା ଡାକି ନେବ ନ କରି ହେଳା
ରାଜା ସିନା ଆସିବନି ରଙ୍କୁଣୀ ଘର

ମୁଁ ସୁନା ରୂପା କିଛି, ମାଗିବି ନାହିଁ
କାଳେ ଦେଲେ ନେଲେ ଭାବ, ରହିବ ନାହିଁ

ମୁଁ କାଳିଆ ପାଖକୁ ଯାଉଛି ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
କାଳିଆ ପାଖକୁ ଯାଉଛି
ମୋତେ ଚନ୍ଦନ ପାଣିରେ ଗାଧେଇ ଦିଅ ଲୋ

ମୋତେ ତୁଳସୀ ମାଳିରେ ସଜେଇ ଦିଅ ଲୋ

ମୋ ଦେହରେ ସେ ଗୀତ, ଗୋବିନ୍ଦ ଲେଖି
ମୋର ହାତେ ଘିଅ ଦୀପ, ଦିଅ ଲୋ ରଖି

ମୁଁ କାଳିଆ ପାଖକୁ ଯାଉଛି ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
ମୁଁ କାଳିଆ ପାଖକୁ ଯାଉଛି
ମୁଁ କାଳିଆ ପାଖକୁ ଯାଉଛି ଲୋ
କାଳିଆ ପାଖକୁ ଯାଉଛି

Mate Chandana Paani Re Gadhei Dialo Details

Song : Mate Chandana Paani Re
Singer : Namita Agrawal
Album : Kala Madhaba
Album No : JE – 750
Lyrics : Basantaraj Samal
Music : Manmath Mishra
Music Label : Sidharth Music
Producer : Sitaram Agrawal & Namita Agrawal

Mate Chandana Paani Re Gadhei Dialo – Papular Jagannatha Bhajan | Namita Agrawal | Sidharth Music Lyrics

Leave a Reply

Scroll to top