Lyrics

Free Songs Lyrics Download

Lyrics

Free Songs Lyrics Download

Ki Nadare Prana Sangini | କି ନାଦରେ ପ୍ରାଣ ସଂଗିନୀ | Namita Agrawal | Sidharth Music Lyrics Download

Ki Nadare Prana Sangini | କି ନାଦରେ ପ୍ରାଣ ସଂଗିନୀ | Namita Agrawal | Sidharth Music Lyrics Download

[fvplayer id=”9″]

Ki Nadare Prana Sangini Lyrics Download

କି ନାଦରେ ପ୍ରାଣ ସଙ୍ଗିନୀ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
ସୃତିରେ ସୁଧା ବରଷି, ସୃତିରେ ସୁଧା ବରଷି
ଧୃତି ନଆସେ ମୋ ଜୀବନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ

ଦିଗ ବିଦିଗେ ପ୍ରସରି, ଖଗମୃଗ ଜଣା କରି
ଦିଗ ବିଦିଗେ ପ୍ରସରି, ଖଗମୃଗ ଜଣା କରି
କୁଳପତି ନିବିଗ୍ରନ୍ଥୀ , କୁଳପତି ନିବିଗ୍ରନ୍ଥୀ
ଫିଟାଉଛି ଅଯତନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ

ଜଳସ୍ଥମ୍ଭ ଗ୍ରାବ ଦ୍ରବ , ହୋଇଲା କି ଅସମ୍ଭବ
ଜଳସ୍ଥମ୍ଭ ଗ୍ରାବ ଦ୍ରବ , ହୋଇଲା କି ଅସମ୍ଭବ
ଆଜ ନ ମୁଁ, ଆଜ କୁ ମୁଁ , ଆଜ ନ ମୁଁ, ଆଜ କୁ ମୁଁ
ଶୁଣି ତ ନଥିଲି ଦିନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ

ଆସୁ କି ‘ବା ମୋ ପାଶକୁ, ଲଭିଲି ଟିକି ଦଶାକୁ
ଆସୁ କି ‘ବା ମୋ ପାଶକୁ, ଲଭିଲି ଟିକି ଦଶାକୁ
ନିପଫୁଲ ପରି ଲୋମ , ନିପଫୁଲ ପରି ଲୋମ
ପୁରିଲା ମୋ ଅପଭାନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ

ତୋଳିଲା କୁସୁମ କରୁ, ଗଳିପଡ଼ିଲା ରମ୍ଭରୁ
ତୋଳିଲା କୁସୁମ କରୁ, ଗଳିପଡ଼ିଲା ରମ୍ଭରୁ
ରହି ପାରିବିନାହିଁ ମୁଁ, ରହି ପାରିବିନାହିଁ ମୁଁ
ଛାଡ଼ିଦେ ନେଇ ସଦନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ

ବଜାଉଛି ରସାଳସି, ନିକୁଞ୍ଜ ଦେବତା ବଂଶୀ
ବଜାଉଛି ରସାଳସି, ନିକୁଞ୍ଜ ଦେବତା ବଂଶୀ
ଗୋପାଳକୃଷ୍ଣ ଭାସଇ,ଗୋପାଳକୃଷ୍ଣ ଭାସଇ
ପ୍ରକଟିଲା ତ୍ରିଭୁବନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ

Ki Nadare Prana Sangini Details

Song: Ki Nadare Prana Sangini
Album: Hrudayara Gita Vol-8
Singer: Namita Agrawal
Video Artiste: Namita Agrawal
Music Director: Traditional
Lyrics: Traditional
Video Director:
Producer: Sitaram Agrawal
Music Label: Sidharth Music
Year: 2010

Ki Nadare Prana Sangini | କି ନାଦରେ ପ୍ରାଣ ସଂଗିନୀ | Namita Agrawal | Sidharth Music Lyrics Download

Leave a Reply

Scroll to top